
ଭୁବନେଶ୍ୱର:ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେବା ଘଟଣାକୁ ନେଇ ବିଜେଡି ପକ୍ଷରୁ କଡା ନିନ୍ଦା କରାଯାଇଛି। ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ, ଅଶୋକ ପଣ୍ଡା , ଦେବୀ ପ୍ରସାଦ ମିଶ୍ର, ମାନସ ମଙ୍ଗରାଜ ପ୍ରମୁଖ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦବିବାରିଛନ୍ତି।
ଅରୁଣ କହିଛନ୍ତି ଏହାକଣ ’ଓଡ଼ିଆ ଅସ୍କିତା। ଗୋଟିଏ ପଟେ ପ୍ରଶଂସା। ଅନ୍ୟପଟେ ସ୍ମୃତି ଲିଭାଉଛ। ବିଜୁବାବୁଙ୍କ ନାଁ ଲିଭେଇବାକୁ କରାଯାଉଛି ଉଦ୍ୟମ
ଓଡ଼ିଆଙ୍କ ହୃଦୟରେ ରହିଛନ୍ତି ବିଜୁବାବ* ଷଡ଼ଯନ୍ତ୍ର କରି ନିଆଁ ଲଗାଇଛନ୍ତି ବୋଲି ସେ କହିଛନ୍ତି।
ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଭଳି ଘୃଣ୍ୟ କାର୍ଯ୍ୟକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଓଡ଼ିଶାର ବରପୁତ୍ରଙ୍କ ପ୍ରତି ଅସମ୍ମାନକୁ ପ୍ରଶୟ ଦିଆଯିବନି । ସରକାର ଗଭୀର ନିଦ୍ରାରୁ ଉଠନ୍ତୁ, ଘଟଣାର ପୁନରାବୃତ୍ତିକୁ ରୋକନ୍ତୁ ବୋଲି ସେ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି,
ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜାଳିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଯିଏ ବି କରିଛି ଏହା ତାଙ୍କ ହୀନମନ୍ୟତା। କେହି ଭୁଲିବା କଥା ନୁହେଁ ଯେ ବିଜୁ ପଟ୍ଟନାୟକଙ୍କ ପରି ମହାପୁରୁଷଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଭୂମିକା ରହିଛି। ଯେଉଁଥି ପାଇଁ ଆମେ ଆଜି ନାଗରିକ ହେବାର ଗର୍ବ କରି ପାରୁଛୁ। ପ୍ରଶାସନ ଏ ଦିଗରେ ଆଇନଗତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନି ରାଷ୍ଟ୍ରର ଜାତୀୟ ପତାକା ପଡିଥିଲା। ସଂକୀର୍ଣ୍ଣ ରାଜନୀତିରୁ ବାହାରିବା ଦରକାର ବୋଲି ସେ କହିଛନ୍ତି