ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେବ ଘଟଣାକୁ ନେଇ ବିଜେଡିରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ବିଜେଡି ମୋହନ ସରକାର ଓ ବିଜେପିକୁ ଘେରି ଛି। ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରିବା ସହ ସରକାରଙ୍କୁ କଡା ସମାଲୋଚନା କରାଯାଇଛି। ଏହି ଘଟଣାର ପ୍ରତିବାଦରେ ବିଜେଡି କର୍ମୀ ଓ ନେତାମାନେ ମଙ୍ଗଳବାର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିକ୍ଷୋଭ କରି ଛନ୍ତି। ଏହି ପ୍ରତିବାଦ ସମାବେଶରେ ବିଜେଡି ବରିଷ୍ଠ ନେତା ଅଶୋକ ପଣ୍ଡା, ସଞ୍ଜୟ ଦାସବର୍ମା, ଅରୁଣ ସାହୁଙ୍କ ସମେତ ଦଳର ବହୁ ନେତା ଓ କର୍ମୀମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି। ମୋହନ ସରକାର ଡାଉନ୍ ଡାଉନ୍ ସ୍ଲୋଗାନ ଦେଇ ଦୃଢ଼ ପ୍ରତିବାଦ କରିଛନ୍ତି। ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହି ସରକାକୁ ଆସିଥିବା ବେଳେ ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ପୋଡ଼ି ଦିଆ ଯାଉଛି। ଏହା ଛଡ଼ା ଦୁର୍ଭାଗ୍ୟ ବିଷୟ କିଛି ନାହି ବୋଲି ବିଜେଡି ନେତାମାନେ କହିବା ସହ ଖୋଭପ୍ରକାଶ କରିଛନ୍ତି।
