
ଭୁବନେଶ୍ୱର :ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପତ୍ନୀ ତଥା ସାଂସଦ ଡିମ୍ପଲ୍ ଯାଦବଙ୍କ ସହ ବୁଧବାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିବା ଚର୍ଚ୍ଚା ହେଉଛି। ତେବେ ଏ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।