ମାଲିକ କଳାକାର ସଂଘ ମୁହାମୁହିଁ*
ନ୍ୟାୟ ନ ମିଳିଲେ ଅଭିନୟ ବନ୍ଦ: ସଂଗ
ଭୁବନେଶ୍ୱର: ଗତ କିଛିଦିନ ହେବ ଓଡିଶା ଯାତ୍ରା ଜଗତରେ କଳାକାର ଓ ମାଲିକଙ୍କ ମଧ୍ୟରେ ଛକ। ପଞ୍ଝ। ଚାଲିଛି। ଜଣକ ପରେ ଜଣେ କଳାକାର ଗଣ ମାଧ୍ୟମ ସମ୍ମୁଖକୁ ଆସି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏଥି ମଧ୍ୟରେ ଯାତ୍ରା ମାଲିକ ସଂଘ କମେଡିୟ୍ୟାନ ନରୀ ପଣ୍ଡାଙ୍କ ସହ ଆଉ କିଛି କଳାକାରଙ୍କୁ ଅଭିନୟ ରୁ ବାସନ୍ଦ କରିଛନ୍ତି। ଅନ୍ୟ ପକ୍ଷରେ କଳାକାର ମାନେ ମଧ୍ୟ ଏକଜୁଟ ହୋଇଛନ୍ତି। କଳାକାର ଙ୍କ ପ୍ରତି ହୋଇଥିବା ଅନ୍ୟାୟର ଦୃଢ଼ ପ୍ରତିବାଦ କରିବାକୁ ଆଗକୁ ଆସିଛନ୍ତି। ଯାତ୍ରାରୁ ବ୍ୟାନ୍ କରିବାକୁକାହାରି ଅଧିକାର_ନାହିଁ। କଳାକାରଙ୍କୁ ନ୍ୟାୟ ନ ମିଳିଲେ, ଆଗକୁ ଯାତ୍ରା ବନ୍ଦ ବୋଲି କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା ଚେତାବନୀ ଦେଇଛନ୍ତି। ଯାତ୍ରା ବିବାଦର ସମାଧାନ ପାଇଁ କଳାକାର ସଂଘ ପକ୍ଷରୁ ଭୁବନେଶ୍ୱର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିବାଦକୁ ନେଇ ଆଲୋଚନା ହୋଇଛି। ଯାତ୍ରା ମାଲିକ ସଂଘ ଯଦି ନିଜ ଜିଦ୍ ରୁ ଓହରିବେ ନାହିଁ ତେବେ କଳାକାରମାନେ କୌଣସି ଯା ତ୍ରା ପାଟିରେ ଅଭିନୟ କରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହା ଯାଇଛି। ପଇସା ଦେବାନେବାକୁ ନେଇ ଉଭୟ କଳାକାର ଓ ମାଲିକଙ୍କ ମଧ୍ୟରେ ବାଦବିବାଦ ଦେଖା ଦେଇଛି। ପରଦା ପଛ ଯାତ୍ରା ଜଗତରେ ଗତ କିଛିଦିନ ହେବ କୁହୁଲୁଥିବା ଅସନ୍ତୋଷ ବାହାରକୁ ବାହାରିଛି।