ReplyForwardAdd reaction |
ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି)କୁ ନିଜର ସଂଗଠନ ସଜାଡ଼ିବାର ଚିନ୍ତା ଲାଗିଛି।
ବିଜେଡି ସଭାପତି ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ଗୁରୁବାର ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।
ଅନ୍ୟ କେହି ବିଜେଡି ସଭାପତି ପଦ ଲାଗି ନାମାଙ୍କନ ଦାଖଲ କରିବା ସମ୍ଭାବନା ନ ଥିବାରୁ ସେ ପୁଣି ଥରେ ବିଜେଡି ସଭାପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ବିଜେଡିରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ବ ଦିଆଯାଇଛି। କନ୍ଧମାଳ, ବୌଦ୍ଧ ଓ ମୟୂରଭଂଜ ଜିଲ୍ଲା ପାଇଁ ମଧ୍ୟ ବିଜେଡି ଅଭିଜ୍ଞ ତଥା ବରିଷ୍ଠ ନେତାଙ୍କୁ ଅଗ୍ରାଧିକାର ଦେଇଛି।
ଗତ କିଛି ଦିନ ହେବ ୱାକଫ ବିଲ ସପକ୍ଷରେ ଭୋଟ ଦାନକୁ ନେଇ ବିଜେଡିରେ ଗୋଳମାଳିଆ ପରିସ୍ଥିତି ଲାଗି ରହିଛି। ଅନ୍ୟ ପକ୍ଷରେ ସାଂଗଠନିକ ନିର୍ବାଚନ ଜାରି ରହିଛି। ଏଥର ଦଳର ସଭାପତି ଓ ପଣ୍ଡିଆଁନଙ୍କ ଉପରେ ବିଶ୍ୱାସ ରଖୁଥିବା କର୍ମ କର୍ତ୍ତା ଙ୍କୁ ଅଗ୍ରାଧିକାର ଦିଆଯାଉଛି ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳୁଛି।
ReplyForwardAdd reaction |