ଭୁବନେଶ୍ୱର; ଅନେକ ସମୟରେ ସରକାରୀ ଡାକ୍ତରଖାନା ରୁ ମୃତଦେହ ପରିବହନ ପାଇଁ ସମସ୍ୟା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ପାଇଁ
ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ୍ ସେଣ୍ଟର ବ୍ୟବସ୍ଥା ରହିବ।
୧୦୮ ଆମ୍ବୁଲାନ୍ସ ଭଳି ଟୋଲ୍ ଫ୍ରି ନମ୍ବର ରହିବ।
ସ୍ବାସ୍ଥ୍ୟ ସଚିବ ଏ ଏସ ଅଶ୍ଵସ୍ଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ହୋଇଛି। ଶବକୁ ଘର କିମ୍ବା ଶ୍ମଶାନ ଯାଏଁ ନେବାକୁ ଏହି ସେଣ୍ଟର କାମ କରିବ।
ଏହା କେବଳ ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ନେବାକୁ କାମ କରିବ।
ଶବ ପରିବହନ ପାଇଁ କିମି ପିଛା ଦର କେତେ ରହିବ ସେ ନେଇ ପରବର୍ତ୍ତୀ ସମୟରେ ନିଷ୍ପତି ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।