୪ ହଜାର କୋଟିର ପ୍ରକଳ୍ପ ଉଦଘାଟନ, ଶିଳାନ୍ୟାସ କରିବେ
ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଓ ରଜମାର୍ଗ ମନ୍ତ୍ରୀ ନୀତିନ ଗଡକରି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ସେ କଟକ ଓ ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରକଳ୍ପ ଶିଳାନ୍ୟାସ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି ହୋଇଛି। ଗଡ଼କରୀ ପାଖାପାଖି ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି ବୋଲି କହାଯାଉଛି।
ଯୋଗାଯୋଗ କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ। ଗଡକରୀ ବରମୁଣ୍ଡା ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୪ ହଜାର ୧୭୩ କୋଟି ଟଙ୍କାର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସେଥିରେ ୧୭ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ୨ଟିର ଲୋକାର୍ପଣ ହେବ କାର୍ଯ୍ୟକ୍ରମ ରହିଛି।