୧୯ରେ ହେବ ଔପଚାରିକ ଘୋଷଣା
ଭୁବନେଶ୍ୱର :ବିରୋଧୀ ଦଳ ନେତା ତଥା ନବୀନ ପଟନାୟକ ଗୁରୁବାର ପୂର୍ବାହ୍ନ ରେ ଶଙ୍ଖ ଭବନ କୁ ଯାଇ ଦଳ ର ବରିଷ୍ଠ ନେତା ମାନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ସଭାପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ଦଳର ସାଂଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ଛଡ଼ା ଦଳରୁ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ନବୀନ ୧୦ମ ଥର ପାଇଁ ବିଜେଡି ସଭାପତି ପଦରେ ବସିବା ନିଶ୍ଚିତ ହୋଇଛି। ଆସନ୍ତା ୧୯ ତାରିଖରେ କେବଳ ଔପଚାରିକ ଘୋଷଣା କରାଯିବ। ନାମଙ୍କ ପତ୍ର ଦାଖଲ ପରେ ପ୍ରତାପ ଦେବ ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦଳର ସଭାପତି ପଦ ପାଇଁ ଗୋଟିଏ ନାମାଙ୍କନ ପତ୍ର ଦାଖଲ ହୋଇଛି। ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୧୧ ଟାରେ ଶଙ୍ଖ ଭବନ ଠାରେ ଦଳର କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ହେବ । ସେହିବିନ ସଭାପତିଙ୍କ ନାମ ଘୋଷଣା ହେବା।
ସୂଚନା ଯୋଗ୍ୟ ଯେ ବିଜୁ ଜନତା ଦଳ ର ସାଂଗଠନିକ ନିର୍ବାଚନ ଏଵେ ଚୂଡାନ୍ତ ପର୍ଯ୍ୟାୟ ରେ ପହଂଚିଛି