ଭୁବନେଶ୍ୱର: ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ୨୨ ତାରିଖରେ ନୂଆ ରାସନ୍ କାର୍ଡ ପ୍ରଦାନ କରାଯିବ। ରାଜ୍ୟ ସରକାର ଏନେଇ ଜିଲ୍ଲାପାଳଙ୍କୁ ଏପ୍ରିଲ ୧୬ ତାରିଖରେ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବେ । ୨୨ ତାରିଖରେ ପ୍ରତ୍ୟେକ ଜିଲ୍ଲାରେ ଏମପି କିମ୍ବା ଏମ ଏଲ୍ ଏ ଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର କାର୍ଯ୍ୟ ର ଆୟୋଜନ କରାଯାଇ ନୂଆ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ଦିଆଯିବ। ରାଜ୍ୟରେ ପ୍ରାୟ ୭.୫ ଲକ୍ଷ ହିତାଧିକାରୀ ଦୀର୍ଘ ଦିନ ହେବ ରାସନ କାର୍ଡ ପାଇଁ ଆବେଦନ କରି ଚାହିଁ ବସିଛନ୍ତି। ତେବେ ଇ କେୱାଇସି ଲିଙ୍କ ପାଇଁ ନୂଆ କାର୍ଡ ଦେବାରେ ବିଳମ୍ବ ହୋଇଛି। ଗତ ଜାନୁଆରି ମାସରେ ଇ କେୱେସି ସଂଯୋଗ ଶେଷ ହେବ ବୋଲି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ। ହେଲେ ଏହା ବିଳମ୍ବ ହୋଇଛି। ସେଥିପାଇଁ ନୂଆ କାର୍ଡ ବଣ୍ଟନରେ ମଧ୍ୟ ବିଳମ୍ବ ହୋଇଛି। ରାଜ୍ୟ ସରକାର ଏହି କାର୍ଡ ବାଣ୍ଟନକୁ ସ୍ଵତନ୍ତ୍ର ଉତ୍ସବ ଜରିଆରେ ପ୍ରଦାନ କରାଜିବ । ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜୋର ସୋରରେ ଚାଲିଛି।
ଅନ୍ୟ ପକ୍ଷରେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ୧୦ ଲକ୍ଷ୍ୟ ବେଆଇନ କାର୍ଡ ଜବତ କରାଯାଇଛି। ସେହିସବୁ କାର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ୩ କୋଟି ୩୬ ଲକ୍ଷ୍ୟ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖ୍ଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ମାଗଣା ଚାଉଳ ପାଉଛନ୍ତି। ତେବେ ଯେଉଁ ମାନେ ଏଥିରେ ସାମିଲ ହୋଇ ନ ଥିଲେ କିମ୍ବା ନୂଆ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ନୂଆ କାର୍ଡ ମିଳିବ।