ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ସେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କର ଏହି ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି। ନିକୁଞ୍ଜ ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ , ଶକ୍ତି, ସ୍ବାସ୍ଥ୍ୟ, ଅବକାରୀ ବିଭାଗ ସହ ସ୍ଵତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ଵ ତୁଲାଉଛନ୍ତି। ତେବେ ତାଙ୍କର ଅଚାନକ କେନ୍ଦ୍ରୀୟ ଡେ ପୁଟେଶନ ରେ ଯିବାକୁ ନେଇ ପାୱାର କରିଦେଇ ରେ ଚର୍ଚ୍ଚା ହେଉଛି।