*
ଭୁବନେଶ୍ୱର:ଏଣିକି ପ୍ରତି ୩ ବର୍ଷରେ ସରକାରୀ କର୍ମଚାରୀ ବଦଳି ହେବେ। ପ୍ରତିବର୍ଷ ଏପ୍ରିଲ ୧୫ ରୁ ଯୁ ୧୫ ମଧ୍ୟରେ ବଦଳି ହେବେ।
ନିୟମିତ ବ୍ୟବଧାନରେ ବଦଳି ପାଇଁ ନିର୍ଦ୍ଦେଶ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି ଲେଖା ଯାଇଛି। ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ସରକାରୀ କର୍ମଚାରୀ। ବଦଳି ପାଇଁ ସରକାରୀ ନିୟମ ଥିଲେ ମଧ୍ୟ ସରକାରୀ କର୍ମଚାରୀ ଏହାକୁ ବେଖା ତିର୍ କରି ଗୋଟିଏ ଜାଗାରେ ୧୦ ବର୍ଷରୁ ଉର୍ଦ୍ଧ୍ବ ରହୁଛନ୍ତି। ଏଥିଯୋଗୁଁ ଦୁର୍ନୀତି ମଧ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ନିୟମକୁ କଡାକଡି ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ କଡା ନିର୍ଦ୍ଦେଶ ଦେଇଛନ୍ତି।