
ଭୁବନେଶ୍ୱର: ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି। ବିଜେଡି ସାଂଗଠନିକ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଶନିବାର ପୂର୍ବାହ୍ନ ୧୧. ୩୦ ମିନିଟରେ ଶଙ୍ଖ ଭବନରେ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ପୂର୍ବରୁ ଶଙ୍ଖ ଭବନରେ ଦଳୀୟ ନେତାଙ୍କର ପ୍ରବଳ ଭିଡ଼ ହୋଇଥିଲା।
ନବୀନ ଗତ ୧୭ ତାରିଖରେ ନାମାଙ୍କନ ପତ୍ର ପ୍ରତାପ ଦେବଙ୍କ ନିକଟରେ ଦାଖଲ କରିଥିଲେ। ଅନ୍ୟ କେହି ପ୍ରାର୍ଥୀ ଦାଖଲ କର ନ ଥିବାରୁ ନବୀନ ନିର୍ଦ୍ଵନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।