ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ କିଛି ଦିନ ହେବ କାଳବୈଶାଖୀ ଯୋଗୁ ତାତି ରୁ ନିସ୍ତାର ମିଳିଛି। ତତଲା କଡେ଼ଇରେ ସିଝୁଥିବା ରାଜ୍ୟବାସୀଙ୍କୁ ଝଡ଼ବର୍ଷା ଟିକିଏ ଆଶ୍ୱସ୍ତ କରିଛି । ନିୟମିତ ଭାବେ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି।କେଉଁଠି ତାଣ୍ଡବ ରଚୁଛି ଝଡ଼ବର୍ଷା ତ କେଉଁଠି ଝିପିଝିପି ବର୍ଷୁଛି । ରାଜ୍ୟରେ ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗ ପକ୍ଷରୁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।