
ଭୁବନେଶ୍ୱର: ଯୋଗାଭ୍ୟାସ ଶରୀର ଓ ମନକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଦିନକୁ ଦିନ ଯୋଗ ପ୍ରତି ଲୋକମାନଙ୍କର ଆଗ୍ରହ ମଧ୍ୟ ବଢି ବାରେ ଲାଗିଛି। ବିଶେଷ କରି ସହରାଞ୍ଚଳରେ ଯୋଗ ପ୍ରତି ରୁଚି ବଢୁଛି। ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଅନେକ ଯୋଗ କେନ୍ଦ୍ର ଗଢି ଉଠିଛି । ସବୁ ଠାରୁ ଆନନ୍ଦର ବିଷୟ ଯେ ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେଲେଣି ଓ ଯୋଗ କେନ୍ଦ୍ରରେ ଯୋଗଦେଇ ନିୟମିତ ଯୋଗାଭ୍ୟାସ ରେ ଅଂଶ ଗ୍ରହଣ କରୁଛନ୍ତି। ମହିଳାମାନେ ମଧ୍ୟ ପ୍ର।ତ ଓ ସନ୍ଧ୍ୟା ସମୟରେ ଯୋଗାଭ୍ୟାସ କରୁଛନ୍ତି। ପଣା ସଙ୍କର।ନ୍ତି ଅବସରରେ ନୂତନ ସରକାରୀ ବାସଗୃହ କଲୋନୀ ଏବଂ ଅନ୍ୟ ଯୋଗକେନ୍ଦ୍ରର ମହିଳାମାନେ ଜନତା ମଇଦାନ ସ୍ଥିତ ଗାନ୍ଧୀ ପାର୍କ ରେ ଯୋଗାଭ୍ୟାସ କରୁଛନ୍ତି।