ଭୁବନେଶ୍ୱର: ବିଜେଡିରେ ସବୁ କିଛି ଠିକ୍ ଚାଲିନାହି। ଦଳର ମୁଖିଆ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇ ପାରୁନାହାନ୍ତି। ଜଣଙ୍କ ପରେ ଜଣେ ନେତା ନିଜକୁ ଟାଣୁଆ ଦେଖାଇବାକୁ ପଛାଉ ନାହାନ୍ତି । ଦଳରେ କନ୍ଦଳ ଚରମ ସୀମାରେ ପହଞ୍ଚିଲାଣି। ଗତ ସାଧାରଣ ନିର୍ବାଚନ ହାରିବା ପରେ ବିଜେଡିରେ ଟଣ। ଓଟରା ଲାଗି ରହିଛି। ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦରୁ ନାମ କାଟିବା ପରେ ଭୁବନେଶ୍ୱର ମହାନଗର ନିଗମ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥକମାନେ ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କୁ ଘେରିଛନ୍ତି। ତାଙ୍କ ଠାରୁ କୈଫିୟତ ମାଗିଛନ୍ତି। କାହିଁକି ନାମ କତ ଗଲା ଜବାବ ଦିଅ ବୋଲି ଆଦି ବସିଛନ୍ତି। ଏହାକୁ ନେଇ ଭୁବନେଶ୍ଵରର ବିଜେଡି ରାଜନୀତି ସରଗରମ ହୋଇଛି।
ଅମରେଶ ଜେନା ଗଣ ମାଧ୍ୟମକୁ କହିଛନ୍ତି ତାଙ୍କ ସମର୍ଥକ ସଞ୍ଜୟଙ୍କ ସହ ଆଲୋଚନା କରିଥିଲେ। ଭୁବନେଶ୍ବରରେ ଯେଉଁମାନେ ଦଳପାଇଁ କାମ କରୁଛନ୍ତି ସେମାନଙ୍କୁ ଅଣଦେଖା କରାଯାଉଛି। ନିଜ ନିର୍ବାଚନ ମଣ୍ଡଳୀରୁ ତାଡ଼ ଖାଇଥିବା ୪/୫ ଜଣ ନେତାଙ୍କର ଅହଙ୍କାର ବିଜେଡିର ସର୍ବନାଶ କରିବା। ଏହି ନେତାମାନଙ୍କ ଯୋଗୁ ଦଳ ବୁଡ଼ିଯିବା ଭଳି ପରିସ୍ଥିତିକୁ ଆସୁଛି। ନବୀନଙ୍କ ନିକଟତର ହେବାପାଇଁ ଏମାନେ ପରସ୍ପର ଗୋଛିକଟାରେ ମତିଛନ୍ତି। ଦଳ ପାଇଁ କାମ କରୁଥିବା କର୍ମୀଙ୍କୁ ଅଣ ଦେଖା କରାଯାଉଛି।।ନିଜ ନିର୍ବାଚନ ମଣ୍ଡଳୀରେ ୧୦/୧୫ ହଜାରେ ଭୋଟ ରେ ହା ରିଥିବା ଏହି ହାତଗଣତି ନେତା ଦଳ ବୁଡ଼ାଇଦେବେ। ଏଭଳି ପରିସ୍ଥିତି କରିଛନ୍ତି ଯେ ଏମାନଙ୍କୁ ଯଦି ନବୀନ ବିଶ୍ବାସ କରିବେ ମୋତେ ଲାଗୁନି ଦଳର ଭବିଷ୍ୟତ ଭଲ ରହିବ। ନିର୍ବାଚନ ହାରିବା ପରେ ନିଜ ଅଞ୍ଚଳ ଛାଡ଼ି ବିଜେଡିକୁ ବୁଡ଼ାଇବାକୁ ଆସିଛନ୍ତି।
ଯେଉଁମାନେ ତାଙ୍କର ତେଲ ମାରିବେ ସେମାନଙ୍କୁ ଦଳରେ ରଖିବେ। ଏମାନଙ୍କ ଯୋଗୁ ଆମ ସରକାର ହରିଗଲ।। ଜଣଙ୍କୁ ଦୋଷ ଦେଇ କିଛିଲୋକ ଦଳକୁ ହାଇଯାକ୍ କରିବାକୁ ଚାହୁଛନ୍ତି। ଯଦି ଏମିତି ହୁଏ ତେବେ ବିଜେଡି ବୁଡ଼ିଯିବ। ସେମାନେ ନିଜକୁ ଭଲ ଭାବେ ଅନୁଧ୍ୟାନ କରନ୍ତୁ ବୋଲି ଅମରେଶ କହିଛନ୍ତି।