ଭୁବନେଶ୍ୱର: ଆସନ୍ତା ୨୪ ତାରିଖ ପଞ୍ଚାୟତି ରାଜ ଦିବସରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ପ୍ରଥମ ପର୍ଯ୍ୟାୟ ରାସନ କାର୍ଡ ପୁରୀରେ ବଣ୍ଟନ କରାଯିବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଗଣ ମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ,
ପୁରୀଠାରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଏହି ନୂଆ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବେ । ରାଜ୍ୟରେ ୫ ଲକ୍ଷ ୯୦ ହଜାର ହିତାଧିକାରୀ ନୂତନ ରାସନ କାର୍ଡ ପାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅଯୋଗ୍ୟ ହିତାଧିକାରୀ ଏବଂ ମୃତ ବ୍ୟକ୍ତିଙ୍କ ନାମରେ ନିଆଯାଉଥିବା ପ୍ରାୟ ୧୦ ଲକ୍ଷ୍ୟ କାର୍ଡ ଜବତ କରାଯାଇଛି। ସେହି କାର୍ଡ ଗୁଡ଼ିକୁ ନୂଆ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ହିତାଧିକାରୀଙ୍କୁ ଏହି ଖବର ଆଶ୍ୱସ୍ତି କରିଛି।