ଭୁବନେଶ୍ୱର: ଦୀର୍ଘ ୨ ମାସ ପରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ପଦବୀ ରାଜ୍ୟ ସରକାର ପୂରଣ କରିଛନ୍ତି। ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଥିବା ଦେବ ପ୍ରସାଦ ଦାଶଙ୍କୁ ସରକାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦେଇଛନ୍ତି। ସେ ସଂସ୍କତି ବିଭାଗ ସ୍ବତନ୍ତ୍ର ସଚିବ ସହ
ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେ ଜଣେ ନିଷ୍ଠାବାନ ଅଧିକାରୀ ଭାବେ ଜଣା ଶୁଣା। ତାଙ୍କ ନିଯୁକ୍ତି ପରେ ଦୀର୍ଘଦିନ ହେବ ମାନ୍ଦା ପଡ଼ିଥିବା ବିଭାଗର କାର୍ଯ୍ୟ ସୁଚାରୁ ରୂପେ ଚାଲିବ ।