ଆରମ୍ଭ ହେଲା ନୂଆ ରାସନ କାର୍ଡ ବଣ୍ଟନ
ଭୁବନେଶ୍ୱର:ରାଜ୍ୟରେ ବହୁ ପ୍ରତୀକ୍ଷିତ ନୂଆ ରାସନ କାର୍ଡବଣ୍ଟନ ପ୍ରକ୍ରିିୟା ୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୁରୁବାର ପୁରୀ ଠାରେ ଅନୁଷ୍ଠିତରାଜ୍ୟସ୍ତରୀୟ ପଞ୍ଚାୟତି ରାଜ ଦିବସରୁ ଏହାର ଶୁଭାରମ୍ଭ କରିଛନ୍ତି । ଆବେଦନ କରି ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ୬ ଲକ୍ଷ ନୂତନ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ କରାଯିବ । ଏଥିସହିତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଗାମୀ ୩ ବର୍ଷରେ ୭୫୫୦ କୋଟି ବ୍ୟୟରେ ୫ ଲକ୍ଷ ଗରିବ ଲେକଙ୍କୁ ବାସଗୃହ ଯୋଗାଇ ଦିଆଯିବ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଗୃହ ନିର୍ମାଣାଧୀନ ରହିଛି । ୨୦୨୬ ସୁଦ୍ଧା ସମସ୍ତ ଗ୍ରାମକୁ ପିଇବା ପାଣି ଯୋଗାଇ ଦିଆଯିବ । ୨୦୨୫-୨୬ ସୁଦ୍ଧା ୩ ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଇ-ପଞ୍ଚାୟତ ସଭା ପୋର୍ଟାଲ ସହ ପଞ୍ଚାୟତ ମନିଟରିଂ ସିଷ୍ଟମ, ୬୧୩ ଗ୍ରମା ପଞ୍ଚାୟତକୁ ୩୨ କୋଯି ଟଙ୍କାର ପ୍ରୋତ୍ସାହନ ରାଶି ବଣ୍ଟନ ସହ ୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨ଟି କିସ୍ତିର ୧୦ ହଜାର ଟଙ୍କା ଲେଖାଏ ସମୁଦାୟ ୨୦୦ କୋଟି ଟଙ୍କା ପ୍ରଦାନର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।