
ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରିବ । ଏଥିସହିତ ଜାତିଗତ ଜନଗଣନା ଏବଂ ପଛୁଆ ବର୍ଗ ଙ୍କ ଅଧିକାର ପାଇଁ ଗାଁକୁ ଯିବ । କଂଗ୍ରେସ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ପ୍ରଭାରୀ ଅଜୟ କୁମାର ଇଲୁ ଏବଂ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ କରାଯିବ । ଆସନ୍ତା ମେ ୩ରୁ ୧୦ ତାରିଖ ଯାଏ ରାଜ୍ୟର ପ୍ରତ୍ୟେକ ଜିଲାରେ ଏହି କାର୍ଯ୍ରକ୍ରମ କରାଯିବ । ମେ ମାସ ୧୧ ରୁ ୧୭ ତାରିଖ ଯାଏ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏହାକୁ ପାଳନ କରାଯିବା ସହିତ ମେ ୨୦ରୁ ୩୦ ଯାଏ କଂଗ୍ରେସ କାର୍ଯ୍ୟକର୍ତ୍ତା ଓଡିଶାର ପ୍ରତ୍ୟେକ ଗାଁର ପ୍ରତ୍ୟେକ ଘରକୁ ଯାଇ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରିବା ସହିତ ଲୋକଙ୍କ ପାଖକୁ ଯାଇ ତାଙ୍କର ନ୍ୟାର୍ଯ୍ୟ ଦାବି ଓ ଅଧିକାର ବିଷୟରେ ସଚେତନ କରାଇବେ ବୋଲ ିଅଜୟ ଇଲୁ କହିଛନ୍ତି । ଏସସି/ଏସଟି ଏବଂ ଓବିସି ପାଇଁ କାମ କରୁଥିବା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ରର ମୋଦି ସରକାର ଇଡି ଲଗାଇ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ଏହା କେବେ ବି ସମ୍ଭବ ହେବ ନାହିଁ ି । ଓବିସିଙ୍କ ପ୍ରତି ଉଭୟ ବିଜେଡି ଓ ଭାଜପା ସରକାର କ୍ରମାଗତ ଭାବେ ଅବହେଳା କରି ଆସୁଛନ୍ତି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ।