ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୧୯୯୩ ବ୍ୟାଚ ଆଇପିଏସ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ଡିଜି ପ୍ରିଜନ ଓ କରେକ୍ସନାଲ ସର୍ଭିସେସ ଡିଜି ଭାବେ ବଦଳି କରାଯାଇଥିବା ବେଳେ ୧୯୯୮ ବ୍ୟାଚ ଆଇପିଏସ ତଥା ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଥିବା ଦୟାଲ ଗଙ୍ଗୱାରଙ୍କୁ କମ୍ୟୁନିକେଶନ ଏଡିଜି ଏବଂ କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ୨୦୦୦ ବ୍ୟାଚ ଆଇପିଏସ ଅଫିସର ପ୍ରତିକ ମହାନ୍ତିଙ୍କୁ ପୋଲିସ ମୁଖ୍ୟାଳୟର ଏଡିଜିପି ଭାବେ ବଦଳି କରାଯାଇଛି । ସେହିପରି ସମୁଦ୍ର ତଟ ତଥା ଉପକୁଳ ସୁରକ୍ଷା ଏଆଇଜି ନୟନ ନାୟକଙ୍କୁ ସୁବର୍ଣ୍ଣପୁର ଏସପି ଭାବେ ବଦଳି କରାଯାଇଛି ।