
ଭୁବନେଶ୍ୱର: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୦ ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚି ସେହିଦିନ ଜଟଣି ଯାଇ ସେଠାରେ ଫୋରେନସିକ ବିଶ୍ୱ ବିଦ୍ୟାଳୟର ଶିଳାନ୍ୟାସ କରିବେ । ସନ୍ଧ୍ୟାରେ ପୁରୀ ଗସ୍ତ କରି ଶାହା ଶ୍ରୀ ଜୀଉଙ୍କ ଦର୍ଶନ କରିବେ । ୧୧ ତାରିଖରେ ସମ୍ବଲପୁର ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳ୍ପାନ୍ୟାସ କରିବେ । ସେହିଦିନ ଅପରାହ୍ନରେ ଭୁବନେଶ୍ୱର ଜନତା ମଇଦାନ ଠାରେ ମଧ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିଦିନ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି ।