ଭୁବନେଶ୍ୱର: ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାରେ ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ବିଦୁ୍ୟତ ନିରୀକ୍ଷକ, ରାସ୍ତା ଓ କୋଠାବାଡ଼ି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରୀୟ ଯାଞ୍ଚ କରି ଆବଶ୍ୟକୀୟ କାର୍ଯ୍ୟ-ଯୋଜନା ସହ ଖର୍ଚ୍ଚ ଆକଳନ ପଠାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ବୈଦୁ୍ୟତିକ ନିରାପତ୍ତା ଏବଂ ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ମାନକ ଅନୁସାରେ ସମସ୍ତ ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବାକୁ କୁହାଯାଇଛି । ହସ୍ପିଟାଲ ବିଲ୍ଡିଂ-ପ୍ଲାନଗୁଡ଼ିକ ପ୍ରଥମରୁ ଅଗ୍ନି ନିରାପତ୍ତା ଅନୁକୂଳ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ସରକାରୀ ଡାକ୍ତରଖାନାମାନଙ୍କରେ ଅଗ୍ନି-ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବା ନିମନ୍ତେ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ।