ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଥାନା ଅଞ୍ଚଳରେ ସୋମବାର ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ତଣ୍ଟିଚିପି ହତ୍ୟା କରିଛନ୍ତି । ମାଓବାଦୀମାନେ ସାଧା ପୋଷାକରେ ତାରଲାଗୁଡ଼ା ପଞ୍ଚାୟତର ବେନପାଲ୍ଲୀ ଗ୍ରାମକୁ ଆସି ନାଏବ ସରପଞ୍ଚ ମୁଚାକି ରାମାକୁ ଖୋଜିଥିଲେ । ଗ୍ରାମର ଲୋକମାନେ ମୁଚାକି ରାମାଙ୍କ ଘର ଦେଖାଇଦେବାରୁ ମାଓବାଦୀମାନେ ତାଙ୍କୁ ଘରୁ ଟାଣି ଆଣି ଏକ ରଶିରେ ତଣ୍ଟି ଚିପି ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ସେମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଜାଗରମୁଣ୍ଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚବା ସହିତ ମୁଚାକି ରାମାର ଶବ ଜବତ କରି ତାହାକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଛନ୍ତି ।