
ଭୁବନେଶ୍ୱର: ସମ୍ଭାବ୍ୟ ଯୁଦ୍ଧକାଳୀନ ସ୍ଥିତିରେ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେଥିଲାଗି ଭାରତ ସରକାରଙ୍କ ପକ୍ଷରୁ ବୁଧବାର ଦେଶର ୨୪୪ ସ୍ଥାନରେ ମକ ଡ୍ରିଲ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୧୨ଟି ସ୍ଥାନରେ ମକ ଡ୍ରିଲ ସାଇରନ ବାଜିଛି । ପ୍ରଥମ ସାଇରନ ବାଜିବା ପରେ ସିଭିଲ ଡିଫେନ୍ସ ମକ ଡ୍ରିଲ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଥର ସାଇରନ ବାଜିବା ପରେ ମକ ଡ୍ରିଲ ଅଭିଯାନକୁ ବନ୍ଦ କରାଯାଇଥିଲା । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର ଏହି ମକ ଡ୍ରିଲରେ ସାମିଲ ହୋଇଥିଲେ । ଯୁଦ୍ଧ ସମୟରେ ଯଦି ବୋମା ମାଡ଼ କରାଯାଏ କିମ୍ବା ଅଗ୍ନିକାଣ୍ଡ ଭଳି ପରିସ୍ଥିତି ସୃଷ୍ଟିହୁଏ ତା’ହେଲେ ତାହାର କିପରି ମୁକାବିଲା କରାଯାଇପାରିବ ସେନେଇ ପୋଲିସ, ଅଗ୍ନିଶମବାହିନୀ ଓ ଏନସିସି ଟିମ୍ ଅଭ୍ୟାସ କରି ଦେଖାଇଥିଲେ ।