
ନୂଆଦିଲ୍ଲୀ: ଭାରତର ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଘାଇଲା ହୋଇଛି । ଖୁବ୍ ଶୀଘ୍ର ପାକିସ୍ତାନ ଏହାର ଜବାବ ଦେବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍ କହିଛନ୍ତି । ସେ କହିଛନ୍ତି ଯେ, ପାକ୍ ସେନାକୁ ସ୍ୱାଧୀନତା ଦିଆଯାଇଛି । ସେନା ଭାରତକୁ ତା’ର କଡ଼ାଗଣ୍ଡା ଜବାବ ଦେବ । ଭାରତର ରାତି ଅଧିଆ ଏୟାରଷ୍ଟାଇକ ଯୋଗୁ ପାକ ଅଧିକୃତ କାଶ୍ମୀରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହାକୁ ନେଇ ପାକିସ୍ତାନ ରକ୍ତମୁଖା ହୋଇ ଉଠିଥିବା ବେଳେ ଆକ୍ରମଣ ଜବାବ ଦେବା ପାଇଁ ସେନାକୁ ପ୍ରଧାମନ୍ତ୍ରୀ ସରିଫ୍ ପୂର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଭାରତର ଆତଙ୍କବାଦୀ ବିରୋଧୀ ଅଭିଯାନ ‘ଅପରେସନ ସିନ୍ଦୂର’ ପାକ୍ ପ୍ରୋତ୍ସାହିତ ଆତଙ୍କବାଦୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଭାରତୀୟ ସେନା ପିଓକେରେ ଅନ୍ତର୍ଘାତୀ କାର୍ଯ୍ୟ ଚଳାଉଥିବା ଲସ୍କର-ଇ-ତୋଇବାର ମୁଖ୍ୟାଳୟ ସହିତ ମସୁଦ୍ ଅଜହରର ଶିବିରକୁ ବିଧ୍ୱସ୍ତ କରିଦେଇଛି । ରାତିଅଧିଆ ‘ଅପରେସନ ସିନ୍ଦୂର’ ଏୟାର ଷ୍ଟ୍ରାଇକରେ ପ୍ରାୟ ୫୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।