ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା ହେବ ବୋଲି ଗୁରୁବାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି । ଏହି ପ୍ରସ୍ତାବିତ ସାଇନ୍ସ ସିଟି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନବସୃଜନ, ଶିକ୍ଷା ଏବଂ ଜନସାଧାରଣଙ୍କ ସମ୍ପୃକ୍ତିର ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏଥିସହିିତ ଏହା ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ମନ୍ତ୍ରୀ କହିଛନ୍ତି, ରାଜ୍ୟର ଅଭିବୃଦ୍ଧିରେ ବିଜ୍ଞାନର ବିକାଶ ଖୁବ୍ ଗରୁତ୍ୱପୂର୍ଣ୍ଣ । ସେଥିଲାଗି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଭାବନାକୁ ଉତ୍ସାହିତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସାଇନ୍ସ ପାର୍କ ବା ପ୍ଲାନେଟୋରିଅମ୍ ପ୍ରତିଷ୍ଠା କରାଯିବ ।