ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଦିନକୁଦିନ ଉତ୍ତେଜନା ବଢ଼ିବାରେ ଲାଗିଛି । ପହଲଗାମ ଆକ୍ରମଣ ଜବାବରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରଭାବୀ ‘ଅପରେସନ ସିନ୍ଦୂର’ ହମଲା ପରେ ଦୁଇଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଏ ପରିପ୍ରେକ୍ଷୀରେ, ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ୨ଟି ବିମାନ ଉଡାଣକୁ ବାତିଲ କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱରରୁ ଗାଜିଆବାଦକୁ ବିମାନସେବା ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱରରୁ ପାଟନା ଦେଇ ଚଣ୍ଡୀଗଡ଼ ଯାଉଥିବା ବିମାନକୁ ମଧ୍ୟ ବାତିଲ କରିଦିଆଯାଇଛି ।