ଭୁବନେଶ୍ୱର: ଭାରତ-ପାକ୍ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ସେ କହିଛନ୍ତି, ରାଜ୍ୟ ଯୁଦ୍ଧ ଜନିତ ସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । ରାଜ୍ୟରେ ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି । ଏଥିସହ ଯଦି ଜରୁରିକାଳୀନ ପରିସ୍ଥିତି ସୃଷ୍ଟିହୁଏ ତା’ହେଲେ ସେ ସମୟରେ କୌଣସି ପ୍ରକାର କଳାବଜାରୀକୁ ରାଜ୍ୟ ସରକାର ପ୍ରଶ୍ରୟ ଦେବେନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ, ଆତଙ୍କବାଦ ବିରୋଧୀ ଲଢ଼େଇ କେବଳ ‘ଅପରେସନ ସିନ୍ଦୂର’ରେ ସୀମିତ ରହିବ ନାହିଁ । ଆତଙ୍କବାଦୀଙ୍କ ବିରୋଧରେ ଆଗକୁ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଆପତକାଳୀନ ସ୍ଥିତି ପାଇଁ ରାଜ୍ୟ ପ୍ରସ୍ତୁତ ବୋଲି ମନ୍ତ୍ରୀ କହିଛନ୍ତି ।