ଭୁବନେଶ୍ୱର: ଓଡ଼ିଶାରେ ଆନ୍ତର୍ଜାତିକ ବିମାନ ସେବା କ୍ଷେତ୍ରରେ ଆଉ ଫର୍ଦ୍ଦ ଯୋଡ଼ି ହୋଇଛି । ଆସନ୍ତା ଜୁନରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ ହେବ । ଏହାକୁ କେନ୍ଦ୍ର ସରକାର ବିମାନ ଯୋଜନା ଅନ୍ତର୍ଗତ ଅନୁମୋଦନ ଦେଇଛନ୍ତି । ଏହା ରାଜ୍ୟର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ବିଶେଷ ସହାୟକ ହେବ । ଏହି ବିମାନ ସପ୍ତାହକୁ ୩ ଦିନ ମଙ୍ଗଳବାର, ଗୁରୁବାର ଓ ଶନିବାର ଚଳାଚଳ କରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିମାନ ସେବା ରାଜ୍ୟର ପର୍ଯ୍ୟଟନ, ବ୍ୟବସାୟିକ ବିକାଶ କରିବା ସହିତ ବିଶ୍ୱ ସ୍ତରରେ ବିକଶିତ ଓଡ଼ିଶାର ପଥକୁ ସୁଗମ କରିବ ।