ଭୁବନେଶ୍ୱର: ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଓ ଅଧ୍ୟାପକ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ନେଇ ସୁପ୍ରିମକୋର୍ଟରେ ଦାଏର ମାମଲା ଖାରଜ ହୋଇଯାଇଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦କୁ ନେଇ ରୁଜୁ ହେଇଥିବା ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଅଧ୍ୟାପକ ନିଯୁକ୍ତି ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ହଟାଇ ଦେଇଛନ୍ତି । ଏଥିସହିତ ନୂଆ ସଂଶୋଧନ ଆଇନ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟ-୨୦୨୪ ଅନୁଯାୟୀ କୁଳପତି ଓ ଅଧ୍ୟାପକ ନିଯୁକ୍ତି ହୋଇପାରିବେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ୱାଗତ କରିଛନ୍ତି ।