
ଭୁବନେଶ୍ୱର: ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ପାଇଁ ୬୮କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରେ ସୁରକ୍ଷା, ପରିମଳ, ସ୍ୱୟଂଚାଳିତ ରନ୍ଧାଯନ୍ତ୍ର, ପଥର ପାହାଚର ମରାମତି, ପୁନଃନିର୍ମାଣ, ଯାନବାହନ ରହଣୀସ୍ଥଳୀ, ହେଲିପ୍ୟାଡ ପାଇଁ ଜମି ଅଧିକରଣ ଦିଗରେ ଖର୍ଚ୍ଚ କରାଯିବ । ଏଥିସହିତ ଯାତ୍ରୀମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ କରାଇବାରେ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଉ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ବହୁତଳ ବିଶିଷ୍ଟ ଧର୍ମଶାଳା, ଆଲୋକୀକରଣ, ମନ୍ଦିର ଚତୁର୍ପାଶ୍ୱର୍ରେ ୫ଟି ଗୁମୁଟ, ଋଷିକୁଲ୍ୟା ନଦୀପଠାର ଉନ୍ନତିକରଣ ପାଇଁ ଖର୍ଚ୍ଚ କରାଯିବ ।