ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଗୁରୁବାର ରାତିରେ ଭାରତର ବିଭିନ୍ନ ସାମରିକ ସ୍ଥଳରେ ଡ୍ରୋନ୍ ଓ ମିଜାଇଲ୍ ଆଟାକ୍ କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନ ଜାମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ଥିବା ସାମରିକ କେନ୍ଦ୍ରସ୍ଥଳକୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆଟାକ୍ କରିଛି । ମାତ୍ର ସେସବୁ ଭାରତ କୌଣସି ଗୋଟିଏ ସ୍ଥାନରେ ବି କ୍ଷୟକ୍ଷତି ଘଟାଇବାରେ ସଫଳ ହୋଇପାରିନାହିଁ । ପାକିସ୍ତାନ ପଠାଇଥିବା ଡ୍ରୋନ୍ ଓ ମିଜାଇଲଗୁଡ଼ି ଭାରତୀୟ ଆକାଶକୁ ସ୍ପର୍ଶ କରିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଭାରତର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍ ସେସବୁକୁ ଠାବ କରିବା ସହିତ ସେହି ଶୂନ୍ୟମାର୍ଗରେ ନିଷ୍କ୍ରିୟ କରିଦେଇଛି । ସୂଚନା ଅନୁଯାୟୀ, ୮ ତାରିଖ ରାତିରେ ପାକିସ୍ତାନ ଭାରତର ୩୦ଟି ସ୍ଥାନକୁ ଟାର୍ଗେଟ କରି ଅତି କମରେ ୬ଶହଟି ଡ୍ରୋନ୍ ଆଟାକ୍ କରିଥିଲା । ମାତ୍ର ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ସେସବୁକୁ ଶୂନ୍ୟରେ ହିଁ ଖୋଜିଖୋଜି ନିଷ୍କ୍ରିୟ କରିଦେଇଥିଲା ।