
Pakistan's Defence Minister Khawaja Muhammad Asif gestures during an interview with Reuters in Islamabad, Pakistan, May 8, 2025. REUTERS/Fayaz Aziz
ନୂଆଦିଲ୍ଲୀ: ଗୁରୁବାର ରାତିରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ ପାକିସ୍ତାନ ଉପରେ ପାଲଟା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ସାମରିକ ସ୍ଥଳକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ୍ ଓ ମିଜାଇଲ ଆଟାକ୍ କରିଥିବା ବେଳେ ଜବାବରେ ଭାରତ ମଧ୍ୟ ପାକିସ୍ତାନ ଉପରକୁ ଆଖିବୁଜା ଡ୍ରୋନ୍ ଓ ମିଜାଇଲ ମାଡ କରିଛି । ଭାରତୀୟ ବାୟୁସେନା ଓ ନୌସେନାର ମିଳିତ ଆକ୍ରମଣରେ ପାକିସ୍ତାନ ଥରଥର ହେଇ କମ୍ପୁଥିବା ବେଳେ ଭାରତୀୟ ସେନାବାହିନୀର ପ୍ରଚଣ୍ଡ ସଂହାରକ ରୂପ ପାକିସ୍ତାନର ନେତାମାନଙ୍କୁ ବ୍ୟତିବ୍ୟସ୍ତ କରିପକାଇଛି । ପାକିସ୍ତାନ ଦ୍ୱାରା ପ୍ରକ୍ଷେପିତ ସମସ୍ତ ଡ୍ରୋନ୍ ଓ ମିଜାଇଲକୁ ଭାରତର ଶୂନ୍ୟରେ ନିଷ୍କ୍ରିୟ କରିଦେଇଥିବା ବେଳେ ଭାରତର କୌଣସି ଗୋଟିଏ ମିଜାଇଲ କିମ୍ବା ଡ୍ରୋନକୁ ପାକିସ୍ତାନ ସେନା ନଷ୍ଟ କରିବା ତ ଦୂରର କଥା ତାହାକୁ ଠାବ କରିବାରେ ମଧ୍ୟ ସଫଳ ହୋଇନାହିଁ । ଫଳରେ କରାଚୀ, ଲାହୋର ଭଳି ସହରରେ ଥିବା ଆତଙ୍କବାଦୀ ଭିତ୍ତିଭୂମିଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କୌତୂହଳର ବିଷୟ, ନିଜର ବିଫଳତାକୁ ଘୋଡ଼େଇବାକୁ ଯାଇ ପାକିସ୍ତାନର ନେତାମାନେ ୟାଡୁସ୍ୟାଡୁ ଗପିବା ଆରମ୍ଭ କରିଛନ୍ତି । ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ କହିଛନ୍ତି ଯେ, ଆମେ ଚାହିଁଥିଲେ ଭାରତର ଡ୍ରୋନ୍ ଓ ମିଜାଇଲ ସବୁକୁ ନଷ୍ଟ କରିପାରିଥାନ୍ତୁ । ମାତ୍ର ଆମେ ତାହା କଲୁନି । ଆମେ ଭାରତର ମିଜାଇଲକୁ ନଷ୍ଟ କରିଦେଇଥିଲେ ସେମାନେ ଆମେ ସେନାର ଲୋକେସନ ଜାଣି ଯାଇଥାନ୍ତେ । ତେଣୁ ଆମେ ସେମାନଙ୍କ ଡ୍ରୋନ୍ ଓ ମିଜାଇଲଗୁଡ଼ିକୁ ନଷ୍ଟ କରିବାକୁ ଚାହିଁଲୁ ନାହିଁ ।