
ନୂଆଦିଲ୍ଲୀ: ଭାରତ ବିରୋଧରେ ଲଢ଼ିବାକୁ ପାକିସ୍ତାନ ସାଧାରଣ ଲୋକଙ୍କୁ ଢାଲ କରୁଛି । ଏହାଦ୍ୱାରା ପାକିସ୍ତାନ ଜାଣିଶୁଣି ସାଧାରଣ ଲୋକଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଉଛି ବୋଲି ଭାରତ ଅଭିଯୋଗ କରିଛି । ମିଡ଼ିଆକୁ ସମ୍ବୋଧିତ କରି ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ କହିଛନ୍ତି ଯେ, ଗୁରୁବାର ପାକିସ୍ତାନ ଭାରତର ବିଭିନ୍ନ ସାମରିକ ସ୍ଥଳକୁ ଟାର୍ଗେଟ କରି ଡ୍ରୋନ୍ ଓ ମିଜାଇଲ୍ ଆଟାକ କରିଥିଲା । ମାତ୍ର ସେହି ସମୟରେ ଏହା ତା’ର ବେସାମରିକ ବିମାନ ଚଳାଚଳକୁ ବନ୍ଦ କରି ନଥିଲା । ଭାରତର ପାଲଟା ଆକ୍ରମଣକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ଜାଣିଶୁଣି ତା’ର ବାଣିଜ୍ୟିକ ବିମାନଗୁଡ଼ିକୁ ଭାରତ ବିରୋଧରେ ଢାଲ କରିଥିଲା ବୋଲି ସେ କହିଛନ୍ତି ।