**EDS: THIRD PARTY IMAGE** In this screengrab from a video released by the Ministry of External Affairs (MEA) on May 9, 2025, Foreign Secretary Vikram Misri speaks during a special briefing on Operation Sindoor, amid the ongoing India-Pakistan military conflict, in New Delhi. (MEA via PTI Photo) (PTI05_09_2025_000257B)
ନୂଆଦିଲ୍ଲୀ: ପରିଶେଷରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ କିଛିଦିନ ପାଇଁ ବିରାମ ଲାଗିଛି । ଆସନ୍ତା ୧୨ ତାରିଖ ପରବର୍ତ୍ତୀ କଥାବାର୍ତ୍ତା ଯାଏ ଉଭୟ ଦେଶ ପରସ୍ପର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଆଜି ଭାରତୀୟ ସମୟ ଅପରାହ୍ଣ ୩ଟା ବେଳେ ପାକିସ୍ତାନ ଭାରତର ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକଙ୍କୁ ଫୋନ୍ କରିଥିଲା । ଶନିବାର ୫ଟାଠାରୁ ଉଭୟ ଦେଶ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଆକ୍ରମଣକୁ ବନ୍ଦ ରଖିବେ ବୋଲି ରାଜି ହୋଇଛନ୍ତି । ଭାରର ବୈଦେଶିକ ସଚିବ ବିକ୍ରମ ମିସ୍ରୀ ସୂଚନା କହିଛନ୍ତି, ବୁଝାମଣା କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଦୁଇଦେଶର ସୈନ୍ୟ ସଞ୍ଚାଳନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖ ମଧ୍ୟାହ୍ନ ୧୨ଟା ବେଳେ ପରବର୍ତ୍ତୀ ଆଲୋଚନା ଅନୁଷ୍ଠିତ ହେବ । ସେହିଦିନ ଯାଏ ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଆମେରିକା ମଧ୍ୟସ୍ଥତାରେ ଉଭୟ ଭାରତ ଏବଂ ପାକିସ୍ତାନ ପରବର୍ତ୍ତୀ ଆଲୋଚନା ନ ହେବା ଯାଏ କେହି କାହାରି ଉପରକୁ ସାମରିକ ଟାର୍ଗେଟ କରିବେ ନାହିଁ । ତେବେ ଆତଙ୍କବାଦକୁ ନେଇ ଭାରତର ଯେଉଁ ଆଭିମ୍ୟୁଖ ରହିଛି ସେଥିରେ ଭାରତ କୌଣସି ପ୍ରକାର ସାଲିସ କରିବ ନାହିଁ । ସବୁପ୍ରକାରର ଆତଙ୍କବାଦ ଏବଂ ତାହାର କାର୍ଯ୍ୟକଳାପ ବିରୋଧରେ ଭାରତ ସବୁବେଳେ କଡ଼ା ଏବଂ ବେସାଲିସ ଆଭିମୁଖ୍ୟ ରଖିଆସିଛି । ଏବଂ ଆଗକୁ ତାହା ମଧ୍ୟ ଜାରି ରହିବ । ଅପରପକ୍ଷରେ, ପାକିସ୍ତାନ ଉପ-ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ୍ ଦର ଶନିବାର ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗି ହୋଇଥିବା ବୁଝାମଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନିଜର ସାର୍ବଭୌମତ୍ୱ କିମ୍ବା କ୍ଷେତ୍ରୀୟ ଅଖଣ୍ଡତା ସହିତ ସାଲିସ ନ କରି ପାକିସ୍ତାନ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି । ସୂଚନାଯୋଗ୍ୟ, ଏପ୍ରିଲ ୨୨ ଜାମ୍ମୁ ଓ କାଶ୍ମୀର ପହଲଗାମ୍ ଆକ୍ରମଣ ପରେ ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ସୃଷ୍ଟିହୋଇଥିଲା, ଯାହା ପରେ ଯୁଦ୍ଧର ରୂପ ନେଇଥିଲା । ପ୍ରଥମେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରର ଆଭ୍ୟନ୍ତରୀଣ ମାମଲାରେ ଆମେରିକା ହସ୍ତକ୍ଷେପ କରିବ ନାହିଁ ବୋଲି କହିଥିବା ବେଳେ ପରେ ଏହା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଦୁଇଦେଶ ସହିତ ଆଲୋଚନା କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ଲାଗି ଆଗ୍ରହୀ ଅଛନ୍ତି ବୋଲି ତାଙ୍କର ସୋସିଆଲ ମିଡ଼ିଆ ‘ଟ୍ରୁଥ୍ ସୋସିଆଲ’ରେ ସୂଚନା ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ଉଭୟ ଭାରତ ଓ ପାକିସ୍ତାନ ସହିତ ଆମେରିକାର ସାରାରାତି ଆଲୋଚନା ହୋଇଛି । ଉଭୟ ଦେଶ ଯୁଦ୍ଧ ବିରତି ଲାଗି ଆଗ୍ରହୀ ଅଛନ୍ତି । ଏଥିପାଇଁ ଟ୍ରମ୍ପ ମଧ୍ୟ ଉଭୟ ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି ।