
ୱାଶିଂଟନ: ଭାରତ ଓ ପାକିସ୍ତାନ ତ୍ୱରିତ ଏବଂ ସମ୍ପୂର୍ଣ୍ଣ ଯୁଦ୍ଧବିରତି କରିବା ଲାଗି ରାଜି ହୋଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ କହିଛନ୍ତି । ଟ୍ରମ୍ପ ମିଡ଼ିଆ ଆଣ୍ଡ ଟେକ୍ନୋଲୋଜୀ ଗ୍ରୁପ୍ ଦ୍ୱାରା ପରିଚାଳିତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଟ୍ରୁଥ୍ସୋସିଆଲ’ରେ ଉଲ୍ଲେଖ କରି ଟ୍ରମ୍ପ ଜଣାଇଛନ୍ତି ଯେ, ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ତାହା ଏବେ ଯୁଦ୍ଧର ରୂପ ନେଇଛି । ତେବେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଦୀର୍ଘ ରାତ୍ରିକାଳୀନ ଆଲୋଚନାରେ ଦୁଇଦେଶ ଖୁବ୍ ଶୀଘ୍ର ଯୁଦ୍ଧରୁ ଓହରିଯିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି । ଦୁଇଦେଶ ନିଜର ବୁଦ୍ଧିମତା ଓ ସାଧାରଣଜ୍ଞାନକୁ ଉପଯୋଗ କରି ଏପରି ଏକ ନିଷ୍ପତ୍ତି ନେଇଥିବାରୁ ଟ୍ରମ୍ପ ଦୁଇଦେଶକୁ ଧନ୍ୟବାଦ ଦେବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।