
ଭୁବନେଶ୍ୱର: କ୍ରମାଗତ କିଛିଦିନ ଧରି ସମଗ୍ର ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି । ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ସର୍ବନିମ୍ନ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ଼ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳକି ପାଣିପାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହୀରାକୁଦରେ ତାପମାତ୍ରା ୪୧.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ, ବାଲେଶ୍ୱରରେ ୩୯.୭ ଡିଗ୍ରୀ ଏବଂ ରାଉରକେଲାରେ ୩୯.୬ ଡିଗ୍ରୀ ତାପମାତ୍ର ରେକର୍ଡ଼ କରାଯାଇଛି । ଶନିବାର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦.୨ ଡିଗ୍ରୀ ରହିଥିଲା । ତେବେ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଖୁବ୍ ଶୀଘ୍ର କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ, ମେ’ ୨୭ ତାରିଖ ସୁଦ୍ଧା ମୌସୁମୀ କେରଳରେ ପହଞ୍ôଚଯାଇପାରେ । ୨୦୦୯ରେ ମୌସୁମୀ ମେ’ ୨୩ରେ କେରଳ ଛୁଇଁଥିଲା । ଯଦି ପାଣିବାଗ ବିଭାଗର ପୂର୍ବାନୁମାନ ସତ ହୁଏ ତା’ହେଲେ ଏହା ବିଗତ ବର୍ଷର ରେକର୍ଡକୁ ଭାଙ୍ଗିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।