ଭୁବନେଶ୍ୱର: ସିବିଏ ସ ଇ ଦ୍ଵାରାପରିଚାଳିତ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଝିଅମାନେ ବାଜି ମାରିଛନ୍ତି । ମଙ୍ଗଳବାର ପ୍ରକାଶିତ ପରୀକ୍ଷା ଫଳରେ ଦଶମରେ ମୋଟ୍ ପାସ୍ ହାର ୯୩.୬୬ ଓ ଦ୍ୱାଦଶରେ ପାସ୍ ହାର ୮୮.୩୯ ପ୍ରତିଶତ ରହିଛି। ଭୁବନେଶ୍ବର ରିଜିୟନରେ ଦଶମରେ ୯୨.୬୪ ଏବଂ ଦ୍ବାଦଶରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ। ସାରା ଦେଶରେ ତ୍ରିଭେନ୍ଦ୍ରମ୍ ଓ ବିଜୟୱାଡ଼ା ରିଜିୟନ୍ ମିଳିତ ଭାବେ ଆଗରେ ରହିଛନ୍ତି।
ଦିନ ସାଢେ ୧୧ଟାରେ ପ୍ରଥମେ ଦ୍ୱାଦଶ ଓ ପରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଭୁବନେଶ୍ବର ରିଜିୟନରେ ଚଳିତ ବର୍ଷ ଦଶମରେ ୧ ଲକ୍ଷ ୩୦ ହଜାର ୧୬୩ ଏବଂ ଦ୍ବାଦଶରେ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଦଶମରେ ୯୨.୬୪ ପ୍ରତିଶତ ଏବଂ ଦ୍ବାଦଶରେ ପାସ୍ କରିଛନ୍ତି ୮୩.୬୪ ପ୍ରତିଶତ ଛାତ୍ରଛାତ୍ରୀ। ପୂର୍ବବର୍ଷ ଭଳି ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ।