ଭୁବନେଶ୍ୱର: ଆସନ୍ତା ଜୁନ ମାସରେ ଭାଜପା ସରକାରକୁ ବର୍ଷେ ପୁରିବ । ଏହି ଅବସରରେ ରାଜ୍ୟ ସରକାର ନିଜର ସଫଳତାର କାହାଣି ଲୋକଙ୍କୁ କହିବେ । ଏହି ଉପଲକ୍ଷେ ଜୁନ ୧୧ରୁ ୧୩ ତାରିଖ ଯାଏ ୩ ଦିନ ଧରି ରାଜ୍ୟ, ଜିଲା ଓ ବ୍ଲକ ସ୍ତରରେ ବିିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
ଆସନ୍ତା ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଜାତୀୟ ସାଧାରଣ ସଭା ଏବଂ ବିକାଶ ମେଳା ଅନୁଷ୍ଠିତ ହେବ । ଏଥିସହିତ ଜିଲା ସ୍ତରରେ ୩ ଦିନିଆ ସଭା ଓ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଜିଲା ପ୍ରଶାସନ ଏବଂ ଓରମାସ ସହଯୋଗରେ ୫ ଦିନ ଧରି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଭୁବନେଶ୍ୱର ଜନତା ମଇଦାନ ଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି କାର୍ଯ୍ୟକ୍ରମକୁ କିପରି ସଫଳତାର ସହ ସମ୍ପନ୍ନ କରାଯିବ ସେ ନେଇ ଶନିବାର ଖାରବେଳ ସମ୍ମିଳନୀ କକ୍ଷ ଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ଓଡିଶା ଖଣି ନିଗମ(ଓଏମସି) ସମେତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ସୂଚନା ଓ ଲୋକ ସର୍ମ୍ପ ବିଭାଗ , ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ , ଏସସି/ଏସି ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ, ଉଚ୍ଚଶିକ୍ଷା, ଗଣଶିକ୍ଷା, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା , ହସ୍ତତନ୍ତ ଓ ବୟନ ଶିଳ୍ପ ଆଦି ବିଭାଗକୁ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସହଯୋଗ ପାଇଁ ପରାମର୍ଶ ଦିଆଯାଇଛି । ପ୍ରତି କାର୍ଯ୍ୟକ୍ରମରେ ବିଷୟ ଭିିତ୍ତିକ ଆଲୋଚନା , ସାଂସ୍କୃତିକ କାର୍ଯ୍ରକ୍ରମ , ବ୍ଲକ ସ୍ତରରେ ସୂଚନା , ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ ।
ସରକାରଙ୍କ ୧ ବର୍ଷ ପୂର୍ତ୍ତୀ ଉପଲକ୍ଷେ ବିଭିନ୍ନ ବିଭାଗର ଉଲ୍ଲେଖ ନୀୟ କାର୍ଯ୍ୟ ସଫଳତାକୁ ସ୍ଥାନୀତ କରି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଏକ ପୁସ୍ତିକା ପ୍ରକାଶ ପାଇବ । ଏହା ବ୍ୟତୀତ ବିଭିନ୍ନ ବିଭାଗଗୁଡିକ ମଧ୍ୟ ନିଜ ନିଜ ସ୍ତରରେ ବିଭାଗୀୟ ସଫଳତାକୁ ନେଇ ପୁସ୍ତିକା ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଛି । ଏହି ପୁସ୍ତିକାରେ ମହିଳା ଶସକ୍ତିକରଣ ଓ ମିଶନ ଶକ୍ତି, କୃଷି କୃଷକ ଓ ଜଳସେଚନ, ଶିଳ୍ପ ତଥା ଶିଳ୍ପ ଭିତ୍ତିକ ନିଯୁକ୍ତି , ଓଡିଆ ଅସ୍ମିତା ଓ ଶ୍ରୀ ମନ୍ଦିର ଜନକୈନ୍ଦ୍ରୀକ ଶାସନ ପରିଚାଳନା , ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସମ୍ପର୍କରେ ଗୁରୁତ୍ୱ ରହିବ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ମଧ୍ୟ ଏଥିରେ ସ୍ଥାନୀତ ହେବ । ଅନୁସୂଚୀତ ଜନଜାତି ଓ ଭିନ୍ନକ୍ଷମ ଓ ସମାଜରେ ଅବହେଳିତ ଲୋକମାନଙ୍କ ଉନ୍ନତୀ ପାଇଁ ରାଜ୍ୟ ସରକାରଙ୍କ ପ୍ରତି ବର୍ଦ୍ଧିତ ପୁଷ୍ଟି ହୀନତା ଦୂରୀକରଣ ଆଦି ସମ୍ପର୍କୀତ ସଫଳ କାର୍ଯ୍ୟକାରୀତା ମଧ୍ୟ ଏହି ପୁସ୍ତକରେ ପ୍ରକାଶ ପାଇବ । ଗ୍ରାମ୍ୟ ଉନ୍ନୟନରେ ଗ୍ରମା ପଞ୍ଚାୟତ କିପରି ଗୁରତ୍ୱପୂର୍ଣ୍ଣ ଭୁମିକା ରହିଛି ତାହାକୁ ଫୋକସ କରାଯିବ । ସଂସ୍କୃତି ବିଭାଗ ପକ୍ଷରୁ ଲଳିତ କଳା ଏକାଡେମୀ ସହଯୋଗରେ ଏକ ଆର୍ଟିଷ୍ଟ କ୍ୟାମ୍ପ ଅନୁଷ୍ଠିତ ହେବ । ୨୦୩୬ ସୁଦ୍ଧା ବିକାଶିତ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପରିପ୍ରେକ୍ଷୀରେ ବିଭିନ୍ନ କଲେଜରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ କି କି ସ୍ୱପ୍ନ ରହିଛି ସେ ସମ୍ପର୍କରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତ କରାଯାଇ ପୁରସ୍କୃତ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ଅନୁଗର୍ଗଙ୍କ ସହିତ ବିିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବମାନେ ଯୋଗ ଦେଇଥିଲେ ।