ଭୁବନେଶ୍ୱର: କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗ୍ରାମଗୁଡିକର ପ୍ରଶାସନିକ ସୁବିଧା ଓ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ସକାଶେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗକୁ ନେଇ ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏ ନେଇ ଗୁରୁବାର ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି କମିଟିରେ ରାଜସ୍ୱ ମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ରାଜସ୍ୱ ଓ ବିପର୍ଯ୍ର୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସସି/ଏସଟି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ଶ୍ରମ ଓ ର ।ଜ୍ୟ କର୍ମଚାରୀ ବୀମା ବିଭାଗ ସଚିବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ, ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, ଆଇନ ବିଭାଗ ସଚିବ, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ବ୍ରହ୍ମପୁର ଆରଡିସି, ଦକ୍ଷିଣାଞ୍ଚଳ ଡିଆଇଜି, କୋରାପୁଟ ଜିଲାପାଳ ଏବଂ କୋରାପୁଟ ଏସପି ମେମ୍ବର ରହିଛନ୍ତି। ଏହି କମିଟି ଆନ୍ଧ୍ର ପ୍ରଦେଶ ସୀମା ଲାଗି ରହିଥିବା କୋଟିଆ ଗ୍ରାମପୁଞ୍ଜର ବିକାଶ ଦିଗରେ କାର୍ଯ୍ୟ କରିବ। କୋଟିଆକୁ ଆନ୍ଧ୍ର ନିଜ ଅଞ୍ଚଳ କହିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବାରୁ ଓଡିଶା ସରକାର ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଏହି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।