ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସି) ଦଳୀୟ ସଂଗଠନକୁ ମଜଭୁତ କରିବାକୁ ହରିୟଣା ଏବଂ ମଧ୍ୟପ୍ରଦେଶ ପାଇଁ ୫୦ ଜଣିଆ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। ସେଥିରେ ଓଡ଼ିଶାରୁ ୪ ଜଣଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ କୋରାପୁଟ ଏମପି ସପ୍ତଗିରି ଉଲାକା, ପୂର୍ବତନ ରାଜ୍ୟ ସଭା ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି (ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ। ପ୍ରତ୍ୟେକ ପର୍ଯ୍ୟବେକ୍ଷକଙ୍କ ଗୋଟିଏ ଜିଲ୍ଲାର ଦାୟିତ୍ବ ଦିଆଯିବ। ସେମାନେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ କରିବେ।