ଭୁବନେଶ୍ୱର: ରାଜ୍ୟ ସରକାର ମନ୍ତ୍ରୀ ଏବଂ ସରକାରୀ ବାବୁମାନ ଙ୍କର ଗାଡ଼ି ଭଡ଼ା ଖର୍ଚ୍ଚ ବୃଦ୍ଧି କରିଛନ୍ତି। । ଏନେଇ ଅର୍ଥ ବିଭାଗ ପକ୍ଷ ରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମାସିକ ଗାଡ଼ି ଭଡ଼ା ବଢ଼ି ୫୦,୪୦୦ ଟଙ୍କା ହୋଇଛି । ପ୍ରାୟ ୬ ବର୍ଷ ପରେ ରାଜ୍ୟ ସରକାର ଗାଡ଼ି ଭଡ଼ା ସଂଶୋଧନ କରିଛନ୍ତି। ସେହିପରି ଜିଲ୍ଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି କରାଯାଇଛି। ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭,୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବିଭିନ୍ନ ବିଭାଗର ପ୍ରମୁଖ ସଚିବଙ୍କ ଗଡିଭଡ଼।୩୬,୦୦୦, ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ସ୍ବତନ୍ତ୍ର ସଚିବଙ୍କର ଗାଡ଼ି ଭଡ଼ା ୩୧,୨୦୦ ତାଙ୍କ। ବୃଦ୍ଧି କରାଯାଇଛି।