ଭୁବନେଶ୍ୱର: ଯେଉଁମାନେ ଦିବ୍ୟାଙ୍କ ବ୍ୟକ୍ତିଙ୍କ ସହିତ ବିବାହ କରିଛନ୍ତି ସେମାନଙ୍କୁ ୭ ଦିନ ମଧ୍ୟରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଯୋଜନାଗୁଡ଼ିକର ସମୀକ୍ଷା କରିବା ସମୟରେ, ଜାଣିବାକୁ ମିଳିଛି ଯେ, ଅନେକ ଲୋକ ବହୁ ଦିନ ଧରି ଆବେଦନ କରିଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ବିବାହ କରିବା ପାଇଁ ପ୍ରଦାନ କରାଯାଉଥିବା ଆର୍ଥିକ ପ୍ରୋତ୍ସାହନ ଏପଯ୍ୟନ୍ତ ପାଇନାହାନ୍ତି।
ଯୋଗ୍ୟ ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଲୋକମାନେ ଯେପରି ଏପରି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ମଧ୍ୟ ତାଗିଦ୍ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ ସାମାଜିକ ସଦ୍ଭ।ବକୁ ବଜାୟ ରଖିବା ସହିତ ଦିବ୍ୟଙ୍ଗ ବିବାହକୁ ପ୍ରୋତ୍ସାହନ ଦେବା ସକାଶେ ରାଜ୍ୟ ସରକାର ଜଣେ ସାଧାରଣ ବ୍ୟକ୍ତି ଏବଂ ଜଣେ ଦିବ୍ୟଙ୍ଗଙ୍କ ମଧ୍ୟରେ ବିବାହ ପାଇଁ ୨.୫ ଲକ୍ଷ୍ୟ ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରୁଛନ୍ତି। ତେବେ ଦମ୍ପତିଙ୍କୁ ସେମାନଙ୍କର ବିବାହ ପଞ୍ଜିକରଣ ପ୍ରମାଣପତ୍ର ସହିତ ପ୍ରୋତ୍ସାହନ ରାଶି ପାଇବା ପାଇଁ ଆବେଦନ କରିବାକୁ ପଡ଼ିବ। ଯାଞ୍ଚ ପରେ ଉକ୍ତ ଅର୍ଥ ରାଶି ଦମ୍ପତିଙ୍କ ମିଳିତ ଆକାଉଣ୍ଟରେ ଜମା କରାଯିବା। ୩ ବର୍ଷ ପରେ ମିଳିତ ସ୍ଵକ୍ଷରେ ତାଙ୍କ ଉଠାଇ ହେବ।