
ନିର୍ଦ୍ଧାରିତ ସମୟର ୧୫ ଦିନ ପୂର୍ବରୁ ଓଡ଼ିଶାରେ ପ୍ରବେଶ କରିଥିବା ମୌସୁମୀ ଦୁର୍ବଳ ହୋଇଛି। ରାଜ୍ୟରେ ଏବେ ମୌସୁମୀର ବ୍ରେକ୍ ଟାଇମ ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଜୁନ ୧ ତାରିଖ ଠାରୁ କିଛି ଦିନ ପାଇଁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିବ। ଫଳରେ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇବ । ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଲଘୁଚାପ ଦୁର୍ବଳ ହେଇଗଲା ପରେ ମୌସୁମୀ ରାଜ୍ୟରେ ଏବେ ବିଶେଷ ସକ୍ରିୟ ନାହିଁ।
ପାଣିପାଗ ବିଭାଗ କହିଛି, ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ରଜ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ନାହିଁ। ରଜ ପରେ ରାଜ୍ୟରେ ପୁନର୍ବାର ମୌସୁମୀ ସକ୍ରିୟ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରେ ବ୍ରଜପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।