୧୦୮ ଗରା ସୁବାଜିତ ଜଳରେ ଦିବ୍ୟ ସ୍ନାନ ପରେ ହାତୀ ବେଶ ବା ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ । ଆଉ ଶ୍ରୀଜୀଉଙ୍କର ଏହି ବେଶ ଦେଖିବାକୁ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ ଲାଗିଥିଲା। ଏହି ଅବତାରରେ ଶ୍ରୀଜୀଉଙ୍କ ଟିକେ ଝଲକ ପାଇବାକୁ କାହିଁ କେତେ ଦୂରରୁ ଭକ୍ତ ଧାଇଁ ଆସିଛନ୍ତି। କାଳିଆକୁ ଟିକେ ଦେଖିବେ, ତା ଚକା ଆଖିରେ ଆଖି ମିଶାଇ ନିଜ ଦୁଃଖ ସୁଖ ବାଣ୍ଟିବେ ସେଥିପାଇଁ ଯେତେ ଭିଡ ହଉ ନା କାହିଁକି ତାକୁ ଖାତିର୍ ନାହିଁ । ଆରେ ଆମ କାଳିଆ ଆସିଛି ପରା । ତାକୁ ଦେଖିବାକୁ ଏ ଭିଡ କଣ ଯେ…ଏମିତି କହିଛନ୍ତି କିଛି ଭକ୍ତ । ଭକ୍ତ ଯେମିତି ତା ପାଇଁ ପାଗଳ, ସେ ବି ଭକ୍ତ ପାଇଁ ପାଗଳ । ସେଥିପାଇଁ ତାକୁ କୁହନ୍ତି ଭକ୍ତବତ୍ସଳ କାଳିଆ ସାଆନ୍ତ ।
ଅପରାହ୍ନରେ ଗଜପତିଙ୍କ ଦ୍ଵାରା ଛେରା ପହଁରା ସରିବା ପରେ ସନ୍ଧ୍ୟା ୫ ଟା ବେଳକୁ ହାତୀ ବେଶ ବା ଗଜାନନ ବେଶରେ ଶ୍ରୀଜୀଉ ଦର୍ଶନ ଦେଇଥିଲେ।
। ଗଜାନନ ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । ଲୋକାରଣ୍ୟ ହୋଇଯାଇଥିଲା ବଡଦାଣ୍ଡ। ସମସ୍ତେ କାଳିଆ ପ୍ରେମରେ ବିଭୋର ଥିଲେ।