ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆଥରାଇଟସ୍ ରୋଗରେ ପୀଡିତ ଅଛନ୍ତି । ଚକିତ୍ସା ବିଶେଷଜ୍ଞଙ୍କ ପରମର୍ଶ କ୍ରମେ ସେ ଆସନ୍ତା ୨୨ ତାରିଖରେ ନିଜର ଚିକିତ୍ସା କରିବାକୁ ମୁମ୍ବାଇ ଗସ୍ତରେ ଯିବେ । କୋକିଳାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ହେବ । ନବୀନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏହି ସୂଚନା ଦେଇଛନ୍ତି ।
ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା କୋକିଳାବେନ ହସ୍ପିଟାଲ ସହ ଏ ନେଇ ସମସ୍ତ ଯୋଗା ଯୋଗ କରିଛନ୍ତି । ଭଗବାନ ଶ୍ରୀ ଜଗନ୍ନାଥ ଏବଂ ଓଡିଶା ଭାଇ ଓ ଭଉଣୀଙ୍କ ଆର୍ଶିବାଦରୁ ଶୀଘ୍ର ସୁସ୍ଥ ହୋଇ ଓଡିଶା ଆସି ପୁଣି ଲୋକଙ୍କ ସେବା କରିବେ ବୋଲି ନବୀନ କହିଛନ୍ତି ।