ଭୁବନେଶ୍ୱର: ଏଣିକି ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ରାଜସ୍ବ ସେବା ପାଇଁ ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍। ଘରେ ବସି ଲୋକ ମାନେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ପାଇପାରିବେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୁଧବାର ଇ-ରେଜିଷ୍ଟ୍ରେସନ୍ ଆପ୍କୁ ଉନ୍ମୋଚନ କରିଛନ୍ତି। ଏଣିକି ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଙ୍ଗ୍ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଏହି ମୋବାଇଲ୍ ଆପ ରେ ହୋଇପାରିବ।
ଛୋଟ କାମ ପାଇଁ ଆଉ ରାଜସ୍ୱ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ।