ଭୁବନେଶ୍ୱର, ଭାଜପା ରାଜ୍ୟ ସଭାପତି ନିର୍ବାଚନ ପାଇଁ ଅନୁକୂଳ ପାଗ ହେଉ ନାହିଁ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ କାର୍ଯ୍ୟକାଳ ୪ରୁ୫ ମାସ ହେବ ଶେଷ ହୋଇଥିଲେ ମଧ୍ୟ ଏ ଯାଏ ନୂଆ ସଭାପତି ନିର୍ବାଚନ ହୋଇ ପାରୁ ନାହିଁ । ରାଜ୍ୟରେ ସାଧାରଣ ନିର୍ବାଚନ ପରେ ଭାଜପା ରାଜ୍ୟ ସଭାପତି ନିର୍ବାଚନ ହେବା କଥା । ମାତ୍ର ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ନିର୍ବାଚନ ଘୁଞ୍ଚି ଘୁଞ୍ଚି ଚାଲିଛି । କୁହାଗଲା ଜାନୁୟାରୀରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ ଏବଂ ମେକ ଇନ ଓଡିଶା କନକ୍ଲେଭ ପରେ ସଭାପତି ନିର୍ବାଚନ ହେବ । ଏହା ପରେ ଦିଲ୍ଲୀ ନିର୍ବାଚନ ଅନୁଷ୍ଠିତ ହେଲା । ପୁଣି ନିର୍ବାଚନ ଘୁଞ୍ଜିଲା । ଦିଲ୍ଲୀ ନିର୍ବାଚନ ପରେ ଜମ୍ମୁକଶ୍ମିରର ପେହେଲଗାମ ଠାରେ ଆତଙ୍କ ବାଦୀ ଆକ୍ରମଣ ପରେ ଅପରେଶନ ସୁିନ୍ଦୁର ପାଇଁ ନିର୍ବାଚନକୁ ସ୍ଥଗିତ ରଖାଗଲା । ଅପରେଶନ ସିନ୍ଦୁର ପରେ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେଥିପାଇଁ ଜୁନ ୨୯ ତାରିଖରେ ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ୟରେ ନାମାଙ୍କନ ଦାଖଲ କରାଯାଇଥାଆନ୍ତା । ମଧ୍ୟାହ୍ନ ୨ଟାରୁ ୩ଟା ମଧ୍ୟରେ ଆପତ୍ତି ଅଭିଯୋଗଗୁଡିକର ଯାଞ୍ଚ କରାଯିବା ପରେ ଅପରାହ୍ନ ୪ଟାରେ ଅନ୍ତିମ ନାମାଙ୍କନ ତାଲିକା ପ୍ରକାଶ ପାଇଥାଆନ୍ତା । ସେହିପରି ଜୁଲାଇ ୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାର ଥିଲା । ୧୧ଟା ୩୦ ସୁଦ୍ଧା ଚୁଡାନ୍ତ ଫଳାଫଳ ଘୋଷଣା କରାଯିବ ବୋଲି କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଥିଲା ।
ଏହି ନିର୍ବାଚନ ପ୍ରକ୍ରିିୟାର ସୁପରିଚାଳନା ଓ ତଦାରଖ ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷପ ଦାୟିତ୍ୱ ଦିଆଯାଇ ସାରିଥିଲା । ତାଙ୍କ ତତ୍ୱାବଧାନରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରତାପ ଷଡଙ୍ଗୀ ସୂଚନା ଦେଇଥିଲେ ।
ତେବେ ଜୁନ ୨୮ ତାରିଖରେ ପୁରୀ ଶରଧାବାଲିରେ ହୋଇଥିବା ଅଘଟଣ ପାଇଁ ପୁଣି ଭାଜପା ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି ।ମୋଟା ମୋଟି କହିବାକୁ ଗଲେ ଭାଜପା ନିର୍ବାଚନ ପାଇଁ ଶୁଭବେଳା ଫିଟୁ ନାହିଁ। ତେବେ ଏ ସବୁ ଭିତରେ ରାଜ୍ୟ ଭାଜପା ସଭାପତି ଥିବା ମନମୋହନଙ୍କୁ ପୁଣି ଥରେ ସଭାପତି ଭାବେ ନିର୍ବାଚିତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ସଭାପତି ନିଜେ ସିନା ଚାନ୍ଦବାଲି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ଠାରୁ ହରିଗଲେ ହେଲେ ମଧ୍ୟ ତାଙ୍କ ସଭାପତିତ୍ୱରେ କୁଆଡେ ଭାଜପା କ୍ଷମତାକୁ ଫେରିଲା। ଏହି ଆଳରେ ଏବେ ନୂଆ ସଭାପତି ତାଲିକାରେ ମନମୋହନଙ୍କ ନାମ ସର୍ବଗ୍ରେ ରହିଛି। ଅନ୍ୟ ପକ୍ଷରେ ସେ ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ଥିବାରୁ ତାଙ୍କୁ ଦଳ ଏକ ବଡ ଆସନରେ ବସାଇବାକୁ କୁଆଡେ ନିଷ୍ପତ୍ତି ନେଇ ସାରିଛି। ଶୁଣିବାକ୍ୁ ମିଳୁଛି ଯେ ଗତ ସାଧାରଣ ନିର୍ବାଚନ ଜିତିଥିବାରୁ ତାଙ୍କୁ ପୁଣି ଥରେ ରାଜ୍ୟ ଦାୟିତ୍ୱ ଦେବାକୁ କୁଆଡେ ଦଳର ସବୁ ମହଲରେ ସହମତି ପ୍ରକାଶ ପାଇଛି। ଅପେକ୍ଷା କେବଳ ବିଧିବଦ୍ଧ ଘୋଷଣା । ଜୁଲାଇ ପହିଲାରେ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ହୋଇ ଥାଆନ୍ତା। ପୁରୀ ଶରଧା ବାଲି ଅଘଟଣ ପାଇଁ ସଭାପତି ନିର୍ବାଚନକୁ ପୁଣି ଟାଳି ଦିଆଯାଇଛି। ରବିବାର ପୁରୀ ଶରଧା ବାଲିରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଦଳାଚକଟାରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏଭଳି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ମୃ୍ତାହତ ଶ୍ରଦ୍ଧାଳୁ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ତଥା ଏମପି ପ୍ରତାପ ଷଡଙ୍ଗୀ ଘୋଷଣା କରିଥିଲେ।
ପ୍ରତ୍ୟେକ ୩ ବର୍ଷରେ ଥରେ ଭାଜପା ରାଜ୍ୟ ସାଙ୍ଗଠନିକ ନିର୍ବାଚନ ହୋଇଥାଏ। ଏଥିରେ ଭାଜପାର ସ୍ଥାନୀୟ କମିଟି ସହିତ ମଣ୍ଡଳ ସମିତି, ଜିଲା ସମିତି ନିର୍ବାଚନt ଶେଷ ହୋଇଛି। ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ କେ. ଲକ୍ଷ୍ମଣଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ
ପ୍ରକିିୟା ଆରମ୍ଭ ହୋଇଥିଲା।