ଭୁବନେଶ୍ୱର,(୯ା୭ ୨୦୨୫)-ଆସନ୍ତା ସାପ୍ତାହରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ। ମନ୍ତ୍ରୀ ମଣ୍ଡଳରେ ୬ ଜଣ ନୂଆ ଚେହେରା ସାମିଲ ହେବେ ବୋଲି ଜଣାପଡିଛି। ବର୍ତ୍ତମାନ ଥିବା ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶ।।ଇ ମୋଟ ୧୬ ଜଣ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ୬ଟି ବିଭାଗ ଯଥା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସହିତ ଅର୍ଥ, ସ୍ୱରାଷ୍ଟ୍ର, ଯୋଜନା ଓ ସଂଯୋଜନ, ଜଳ ସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରହିଛି। ନୂଆ ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀ ନିକଟରେ ଥିବା ଅର୍ଥ, ସୂଚନା ଓ ଲୋକ ସମ୍ପର୍କ ଏବଂ ଜଳ ସମ୍ପଦ ବିଭାଗ ପାଇଁ ଜଣେ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳି ପାରେ। ସେହିପରି ବିଭୁତି ଭୁଷଣ ଜେନାଙ୍କ ନିକଟରେ ରହିଛି ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ , ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିକଟରେ ରହିଛି କୃଷି ଓ ଶକ୍ତି ବିଭାଗ, କୃଷ୍ଣ ପାତ୍ରଙ୍କ ନିକଟରେ ରହିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରି ବିଭାଗ। ସେହିପରି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନିକଟରେ ରହିଛି ଗୃହ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ, ମୁକେଶ ମହାଲିଙ୍ଗଙ୍କ ନିକଟରେ ୩ଟି ବିଭାଗ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ସଂସଦୀୟ ବ୍ୟାପାର ବିଭାଗ ରହିଛି। ନିତ୍ୟାନନ୍ଦ ଗଣ୍ଡଙ୍କ ନିକଟରେ ରହିଛି ସ୍କୁଲ ଓ ଗଣଶିକ୍ଷା, ଏସସି/ଏସଟି ଉନ୍ନୟନ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିକଟରେ ରହିଛି ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ, ପୃଥି୍ରାଜ ହରିଚନ୍ଦନଙ୍କ ନିକଟରେ ୩ଟି ବିଭାଗ ି ଅବକାରୀ, ଆଇନ ଏବଂ ପୂର୍ତ୍ତ ବିଭାଗ ରହିଥିବା ବେଳେ ରବି ନାରାୟଣ ନାଏକଙ୍କ ନିକଟରେ ରହିଛି ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ। କ୍ୟାବିନେଟ ମନ୍ତ୍ରୀଙ୍କ ଛଡା ୫ ଜଣ ସ୍ୱାଧୀନ ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଏକାଧିକ ବିଭାଗ ରହିଛି। ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିକଟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ରହିିଥିବା ବେଳେ ଗୋକୁଳା ନନ୍ଦ ମଲ୍ଲିକଙ୍କ ନିକଟରେ ରହିଛି ମତ୍ସ୍ୟ ଓ ପ୍ରାଣି ସମ୍ପଦ ଏବଂ ଏମଏସଏମଇ ବିଭାଗ, ପ୍ରଦୀପ ବଳ ସାମନ୍ତଙ୍କ ନିକଟରେ ରହିଛି ହସ୍ତତନ୍ତ ଓ ବୟନ ଶିଳ୍ପ ଏବଂ ସମବାୟ ବିଭାଗ। ସେହିପରି ସମ୍ପଦ ସ୍ୱାଇଁଙ୍କ ନିକଟରେ ମଧ୍ୟ ୨ଟି ବିଭାଗ ରହିଛି ତାହା ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ସ୍ୱାଧୀନ ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜଙ୍କ ନିକଟରେ ୩ଟି ବିଭାଗ ରହିଛି। ତାହା ହେଲା ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ କ୍ରୀଡା ଓ ଯୁବସେବା ବ୍ୟାପାର ବିଭାଗ। ଯେଉଁ ମନ୍ତ୍ରୀଙ୍କୁ ୨ରୁ ୩ଟି ବିଭାଗ ମିଳିଛିି ସେମାନଙ୍କ ପାଖରୁ ଅତି କମରେ ଗୋଟିଏ ବିଭାଗ କାଢି ନିଆଯିବ। ଗତ ୧ ବର୍ଷର ରିପୋର୍ଟ କାର୍ଡକୁ ଦେଖି ସେମାନଙ୍କୁ ବିଭାଗ ବଣ୍ଟନ କରାଯିବ। ନୂଆ ସରକାର ହୋଇଥିବାରୁ ମନ୍ତ୍ରୀମାନଙ୍କୁ ଏତେ ଶୀଘ୍ର ପରିବର୍ତ୍ତନ କରାଯିବ ନାହିଁ। ତେବେ ଅର୍ଥ, ସୂଚନା ଓ ଲୋକ ସମ୍ପର୍କ, କ୍ରୀଡା ଓ ଯୁବ ସେବା ବ୍ୟାପାର, ଇସ୍ପାତ ଓ ଖଣି ବିଭାଗ, ଗ୍ରାମ୍ୟଉନ୍ନୟନ ବିଭାଗ, ପର୍ଯ୍ୟଟନ, ସ୍କୁଲ ଓ ଗଣଶିକ୍ଷା ବିଭାଗଗୁଡିକୁ ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବାର ସମ୍ଭାବନା ରହିଛି। ନୂଆ ମନ୍ତ୍ରୀ ମଣ୍ଡଳରେ ବିଧାୟକମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ ମନ୍ତ୍ରୀ ନ ଥିବା ଅଞ୍ଚଳକୁ ନୂଆ କ୍ୟାବିନେଟରେ ପ୍ରାଧାନ୍ୟ ଦିଆଯିବ। ମନ୍ତ୍ରୀ ମଣ୍ଡଳରୁ କାହାରିକୁ ବାହାର କରା ନ ଗଲେ ମଧ୍ୟ ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଥିବା ଏକାଧିକ ବିଭାଗ ନୂଆ ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯିବ। ଗତ ମନ୍ତ୍ରୀ ମଣ୍ଡଳକୁ ଯଦି ଲକ୍ଷ୍ୟ କରାଯାଏ ତେବେ କନ୍ଧମାଳ, ନୟାଗଡ, କେନ୍ଦ୍ରାପଡା, ଯାଜପୁର, ସମ୍ବଲପୁର, ବରଗଡ, ସୁନ୍ଦରଗଡ ଜିଲାକୁ ମନ୍ତ୍ରୀପଦ ମିଳି ନାହିଁ। ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ବେଳେ ଏ ସବୁ ଜିଲାକୁ ଗୁରୁତ୍ୱ ଦିଆଯାଇ ପାରେ। ମନ୍ତ୍ରୀମାନଙ୍କର ଚୂଡାନ୍ତ ତାଲିକା ପ୍ରକାଶ କରାଯାଇ ସାରିଛି। ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର କେନ୍ଦ୍ରୀୟ ନେତୃତ୍ୱ ମୋହର ମାରିବାକୁ ଉକ୍ତ ତାଲିକାକୁ ନେଇ ଦିଲ୍ଲୀ ଯାତ୍ରା କରିଛନ୍ତି। ସେ ଫେରିବା ପରେ ଆସନ୍ତା ସପ୍ତାହର ଯେ କୌଣସି ସମୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇ ପାରେ। ତେବେ ମନ୍ତ୍ରୀ ପଦବୀ ପାଇଁ ତାଲିକାରେ ଭାଜପାର ବରିଷ୍ଠ ନେତା ତଥା ସମ୍ବଲପୁର ଏମପି ଜୟ ନାରାୟଣ ମିଶ୍ର, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମହାକାଳପଡା ବିଧାୟକ ନାମ ଚର୍ଚ୍ଚାରେ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ ମଧ୍ୟ ଜଣକୁ ମନ୍ତ୍ରୀ ପଦବୀ ମିଳି ପାରେ। ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ଆଗାମୀ ସପ୍ତାହରେ ସ୍ପଷ୍ଟ ହୋଇଯିବ।