ଭୁବନେଶ୍ୱର, ଜମି ପଞ୍ଜିକରଣ କାର୍ଯ୍ୟାଳୟରେ ଦଲାଲ ମାଳ ମାଳ । ଜମି କିଣୁଥିବା ବ୍ୟକ୍ତି କିମ୍ବା ଜମି ବାଡି ସମ୍ପର୍କରେ କୌଣସି ତଥ୍ୟ ପାଇଁ ଆସୁଥିବା ବ୍ୟକ୍ତି ଦଲାଲମାନଙ୍କ ହାବୁଡରେ ପଡନ୍ତି । ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ରାଜସ୍ୱ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁଛି । ରେଜେଷ୍ଟ୍ରି ଅଫିସ ଦଲାଲ ମୁକ୍ତ ହୋଇ ନାହିଁ । ଏକଥା ଖୋଦ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱୀକାର କରିଛନ୍ତି । ସେ କଟକ ଆଇଜିଆର ଅଫିସକୁ ସପ୍ରାଇଜ ଭିଜିଟ ବେଳେ ଏଆଇ କଣ୍ଟ୍ରୋଲ ରୁମରେ ମନ୍ତ୍ରୀଙ୍କ ନଜରରେ ଏଭଳି ଏକ ଘଟଣା ଧରା ପଡିଛି । ବିଭିନ୍ନ ରେଜିଷ୍ଟ୍ରି ଅଫିସରକୁ କିଛି ଲୋକ ବାରମ୍ବାର ଆସୁଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ମହତ ନୁହେଁ ବୋଲି ମନ୍ତ୍ରୀ ସନ୍ଦେହ କରିଛନ୍ତି । ଜମି ପଞ୍ଜୀକରଣ ଅଫିସକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବା ପାଇଁ ଆଗାମୀ ଦିନରେ ସର କାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି । ସରକାରୀ କାମରେ ବିଳମ୍ବ କଲେ ଅଧିକାରୀଙ୍କ ଉପରେ ଜରିମାନା ମଧ୍ୟ ଲାଗୁ ହେବ ।କିଛି ଅଧିକାରୀ କାର୍ଯ୍ୟରେ ବିଳମ୍ବ କରୁଛନ୍ତି । ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଜରିମାନା ଲାଗୁ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର କଟକ ଆଇଜିଆର ଅଫିସକୁ ହଠାତ ଗସ୍ତ କରିଥିଲେ । କେତେ ଆବେଦନ ଆସିଛି କେତେ ସମୟ ସୀମା ଭିତରେ ସରିଛି । ଆଉ କଣ ସବୁ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏଆଇ କଣ୍ଟ୍ରୋଲ ରୁମରେ ସମୀକ୍ଷା କରିବା ସହ ମନ୍ତ୍ରୀ ସାଧାରଣ ଲୋକଙ୍କ ମତାମତ ନେଇଥିଲେ । ମନ୍ତ୍ରୀ କହିଛନ୍ତି ଯେ ସକାରାତ୍ମକ ମତାମତ ଆସିଛି । କିନ୍ତୁ କିଛି ଅବ୍ୟବସ୍ଥା ରହିଛି । ଆଇଜିଆର ଅଫିସରରେ ଏକା ସାଙ୍ଗରେ ଭିଡ ହୋଇ ଯାଉଛି । ସୋସାଇଟି ରେଜିଷ୍ଟ୍ରେଶନରେ ବିଳମ୍ବ ହେଉଥିବାରୁ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟକୁ ସଂଶୋଧନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।